Odisha Link
Bridging the Missing Links in Odisha

ଶ୍ରୀମନ୍ଦିରର ବିକାଶ ପାଇଁ ନିଧି ସମର୍ପଣ କାର୍ଯ୍ୟରେ ଯୋଗଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି

ପୁରୀ: ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହି ମହତ୍ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ରାଜ୍ୟର ୪.୫ କୋଟି ଓଡିଆଙ୍କୁ ସାମିଲ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୫ ତାରିଖ ଦିନ ପତ୍ର ଲେଖିଥିଲେ ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆହ୍ୱାନ ଓ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଆଗ୍ରହକ୍ରମେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁରୀ ଗସ୍ତ କରି ଶ୍ରୀମନ୍ଦିର ପ୍ରଶାସନଙ୍କ କାର୍ଯ୍ୟାଳୟରେ ଗୁଣ୍ଡୁଚି ମୂଷା ସଦୃଶ ୫୦ ହଜାର ରାଶିର ନିଧି  ସମର୍ପଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିଭଳି ପୁରୀ ବିଧାୟକ  ଜୟନ୍ତ ଷଡଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ୫୦-୫୦ ହଜାର ରାଶିର ନିଧି ସମର୍ପଣ କରିଛନ୍ତି।

ମହାପ୍ରଭୁ ଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ତଥା ରାଜ୍ୟର ପୁରୁଣା ଏବଂ ଐତିହ୍ୟକୁ ବଜାୟ ରଖିବା ପାଇଁ ଆରମ୍ଭ ହୋଇଥିବା ଏହି ନିଧି ସମର୍ପଣ କାର୍ଯ୍ୟରେ ସମସ୍ତ ଓଡିଆ ଜାତି ଏକାଠି ହୋଇ ଦାନ କରିବାକୁ ସମୀର ମହାନ୍ତି ଏହି ଅବସରରେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ମଧୁ ସିଂହାରୀ, ବୁଲୁ ଖୁଂଟିଆଙ୍କ ସମେତ ବହୁ ନେତୃବୃନ୍ଦ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Comments are closed.