କାଲି ମଧ୍ୟ ରାତି ଯାଏ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ପବିତ୍ର ଜାଗରକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ମୋ ବସ୍ ସେବାକୁ ସମ୍ପ୍ରସାରିତ କରିଛନ୍ତି। ୩୨ ନମ୍ବର ରୁଟ୍ (ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର) ବସ୍ ଚଳାଚଳ ସମୟ ବଢ଼ାଇ ଦିଆଯାଇଛି। ଜାଗର ପାଇଁ ଗୁରୁବାର ମଧ୍ୟ ରାତି ଯାଏ ମୋ ବସ୍ ଚାଲିବ ବୋଲି କ୍ରୁଟ୍ ସୂଚନା ଦେଇଛି। ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ମଧ୍ୟରେ ମଧ୍ୟ ରାତି ଯାଏ ମୋ ବସ୍ ଚଳାଚଳ କରିବ।
ସକାଳ ୬ଟା ୪୫ରେ ବରମୁଣ୍ଡାରୁ ପ୍ରତି ୧୫ ମିନିଟରେ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗୋଟିଏ ଲେଖାଏଁ ବସ୍ ଛାଡ଼ିବ। ରାତି ୧୦ଟା ୫୦ରେ ବରମୁଣ୍ଡାରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗଡ଼ିବ ଶେଷ ବସ୍। ସେହିଭଳି ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ପଟକୁ ପ୍ରଥମ ବସ୍ ୭ଟା ୪୦ରେ ଛାଡ଼ିବ।
ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଗୋଟିଏ ଲେଖା ବସ୍ ବରମୁଣ୍ଡା ଯିବ। ଲିଙ୍ଗରାଜ ମନ୍ଦିରରୁ ରାତି ୧୨ଟାରେ ବରମୁଣ୍ଡା ଯିବା ଲାଗି ଶେଷ ବସ୍ ଛାଡ଼ିବ ବୋଲି ମୋ ବସ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।