Odisha Link
Bridging the Missing Links in Odisha

ରାଜଧାନୀରୁ ୫୨ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରେ ଗାଡ଼ି ଚେକିଂ ବେଳେ ଗଞ୍ଜେଇ ଜବତ ହୋଇଛି। ଭୁବନେଶ୍ୱରର ସିଆରପି ଓଭରବ୍ରିଜ୍ ଉପରେ ଆରଟିଓ ୨ ପକ୍ଷରୁ ଚେକିଂ ଚାଲିଥିବାବେଳେ  ଏକ ସ୍କୁଟିରୁ ଗଞ୍ଜେଇ ବ୍ୟାଗ୍ ଜବତ ହୋଇଛି। ଏହି ଗଞ୍ଜେଇକୁ ଚୋରା ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି।

ଗୋଟିଏ ସ୍କୁଟିରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା। ଚେକିଂ ହେଉଥିବା ଦେଖି ସ୍କୁଟି ଛାଡ଼ି ଗଞ୍ଜେଇ ଚୋର ଦୌଡ଼ିବାକୁ ଲାଗିଥିଲା। ଯାହାପରେ ପୋଲିସ ତାକୁ କାବୁ କରିଛି।

ଅନ୍ୟପଟେ କୋରାପୁଟ ଟାଉନ ପୋଲିସ ଦ୍ୱାରା ଲାଞ୍ଜିଗୁଡ଼ା ଛକରୁ ୧୭ଶହ ୫୨ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୮ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ ଗୋଟିଏ ୧୪ ଚକିଆ ଗାଡ଼ି, ବୋଲେରୋ ଏବଂ ବାଇକ ଜବତ ହୋଇଛି। ଗଞ୍ଜେଇର ଆନୁମାନିକ ମୁଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସେହିପରି ସିମିଳିଗୁଡ଼ା ପୋଲିସ ଦ୍ୱାରା ଆଉ ଏକ ଗଞ୍ଜେଇ ଚାଲାଣକାରୀ ଧରାପଡ଼ିଛନ୍ତି। ଗାଡ଼ି ଯାଞ୍ଚ ସମୟରେ କୁଟୁଗାଓଁ ନିକଟରୁ ଗଞ୍ଜେଇ ଗାଡ଼ି ଜବତ କରିଛି ପୋଲିସ। ଏହି ଗଞ୍ଜେଇ ପଟାଙ୍ଗି ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା।

Comments are closed.