Odisha Link
Bridging the Missing Links in Odisha

ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମେଳା ‘କୃଷି ଓଡ଼ିଶା’

ଭୁବନେଶ୍ବର: ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମେଳା ‘କୃଷି ଓଡ଼ିଶା’। ଏହି କୃଷି ମେଳା ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହେବ।

ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସାଢ଼େ ୫ଟାରେ ଉଦଘାଟନ କରିବେ। ସେହିପରି ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଚଳିତ ବର୍ଷ ଏହି ପ୍ରଦର୍ଶନୀର ଥିମ୍ ରହିଛି ସମନ୍ୱିତ ଚାଷ ଓ ଚାଷୀର ବିକାଶ। ଏହାସହ ଏଥର ପ୍ରଦର୍ଶନୀରେ ମୋଟ ୧୬୦ଟି ମଣ୍ଡପ ସ୍ଥାନ ପାଇବ ବୋଲି କୁହାଯାଇଛି।

ସେପଟେ ଚଳିତ ବର୍ଷ କୃଷି ଓଡିଶାରେ କୃଷକ ଉତ୍ପାଦକ ସଂଗଠନ, ମିଲେଟ ମିଶନ ଓ ମିଶନ ଶକ୍ତି, ଅମଳ ପରବର୍ତ୍ତୀ ଫସଲ ପରିଚାଳନା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଦି ବିଷୟ ଉପରେ କେନ୍ଦ୍ରିତ ହେବ।

କୋଭିଡ୍ ୧୯ ମାର୍ଗଦର୍ଶିକାକୁ ପାଳନ କରି ଏହା ଆୟୋଜିତ ହେବ। ଏହି କାର୍ୟ୍ୟକ୍ରମର ସିଧାପ୍ରସାରଣ ମଧ୍ୟ ଲୋକମାନେ ଘରେ ବସି ଦେଖିପାରିବେ ବୋଲି କୁହାଯାଇଛି।

Comments are closed.