Odisha Link
Bridging the Missing Links in Odisha

ଜାଗର ରାତିରେ କଳାକନା ବୁଲାଇଲେ ଦୁବୃର୍ତ୍ତ

କେନ୍ଦୁଝର: ଗତକାଲି ଥିଲା ମହାଶିବ ରାତ୍ରି। ମହାଶିବ ରାତ୍ରି ପାଇଁ ମନ୍ଦିରରେ ସପରିବାର ଜାଗର ଜାଳୁଥିବା ବେଳେ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁବୃର୍ତ୍ତ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରେ।

ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ ପୁରା ପରିବାର ମନ୍ଦିରକୁ ଯାଇ ଶିବ ଆରାଧନାରେ ବସିଥିଲେ। ଘରେ କେହି ନଥିବାର ସୁଯୋଗ ପାଇଁ ଦୁର୍ବୃର୍ତ୍ତମାନେ ଘରର କବାଟ ଭାଙ୍ଗି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୩୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏନେଇ ଖବର ପାଇ ବାରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃର୍ତ୍ତମାନେ ଛାଡି ଯାଇଥିବା କିଛି ଜିନିଷକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି।

Comments are closed.