Odisha Link
Bridging the Missing Links in Odisha

ଆଜିଠୁ ଏହି ସହରରେ ନାଇଟ କର୍ଫ୍ୟୁ ଲାଗୁ

ପଞ୍ଜାବ: ମହାମାରୀ କରୋନା ପୁଣି ଏହାର କାୟା ବିସ୍ତାର କରିବାର ଲାଗିଛି। ଫଳରେ ପୁଣି ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିଉଛି ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ନାଇଟ କର୍ଫ୍ୟୁ ଫେରିଛି। ଆଜିଠାରୁ ପଞ୍ଜାବର ଲୁଧିଆନା ଓ ପଟିଆଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ। ଆଜି ରାତି ୧୧ଟାରୁ ଭୋର ୫ଟା ଯାଏ କେବଳ ଜରୁରୀ ସେବାକୁ ବାଦ୍ ଦେଲେ ସାଧାରଣ ଲୋକ କିମ୍ବା ଦୋକାନ ବଜାର ଖୋଲି ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ନାଇଟ କର୍ଫ୍ୟୁରୁ ପୁଲିସ୍‌ ଓ ଆର୍ମି କର୍ମଚାରୀ, ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କୁ ବାଦ୍‌ ଦିଆଯାଇଛି।

ଲୁଧିଆନା ଓ ପଟିଆଲାରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଲୁଧିଆନାରେ ୧୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୭୯୩ ଓ ମୃତକଙ୍କ ସଂଖ୍ୟା ୧୫୭୬ରେ ପହଞ୍ଚି ଯାଇଛି।

ସେହିପରି ପଟିଆଲାରେ ମଧ୍ୟ ଗତକାଲି ୧୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୮,୦୮୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ବି ୯୦୭ ଆକ୍ଟିଭ କେସ୍‌ ରହିଛି। କରୋନା ଏଠାରେ ୫୨୬ ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ଗତକାଲି ରାତିରୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ନାଇଟ କର୍ଫ୍ୟୁର ଅବଧି ରାତି ୯ଟାରୁ ସକାଳ ୬ଟା ଯାଏ ରହିଛି। ଏହି ନାଇଟ କର୍ଫ୍ୟୁ ଏପ୍ରିଲ ୪ ଯାଏ ବଳବତ୍ତର ରହିବ।

Comments are closed.