Odisha Link
Bridging the Missing Links in Odisha

ଏପ୍ରିଲ ପହିଲାରୁ ଗଡ଼ିପାରେ ସବୁ ଟ୍ରେନ!

ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ। ସେ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଛି। ଏବେ ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି।

ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ ଓ ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ। କୋଭିଡ କଟକଣା ଲାଗୁ ହେବା ପୂର୍ବରୁ ରାଜ୍ୟରେ ୮୯ ଯୋଡ଼ା ଟ୍ରେନ ଚଳାଚଳ କରୁଥିଲା । କିନ୍ତୁ ଏବେ ୫୯ ଯୋଡ଼ା ଚାଲୁଛି।

ରେଲ ଚଳାଚଳକୁ ସଂପୂର୍ଣ୍ଣ ସ୍ବାଭାବିକ କରିବାକୁ ଲୋକମାନେ ନିୟମିତଭାବେ ଦାବି କରିଆସୁଛନ୍ତି। ଏହି ଦାବିକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳକୁ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡ ଓ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି।

ହେଲେ ଆସନ୍ତା ଏପ୍ରିଲ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ଆଶା କରାଯାଉଛି ବୋଲି ସେ କହିଛନ୍ତି ।

Comments are closed.