ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ। ବାର୍ଷିକ ପରୀକ୍ଷା ନକରାଯାଇ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବା। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡ଼ିଛି।
ନୂଆ ଶିକ୍ଷାବର୍ଷକୁ ଆଉ ମାସଟିଏ ଥିବାବେଳେ ଏ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସିନାହାନ୍ତି। ପିଲାଙ୍କ ପାଠପଢ଼ା ପାଇଁ ଏକ ସ୍ୱତନ୍ତ୍ର ଟାଇମ୍ ପିରିୟଡ୍ ଫିକ୍ସ କରାଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଆଉ ସମୟ ନଥିବାରୁ ଏକାଥରକେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର, ଗୁଜୁରାଟ ପରି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବର୍ତ୍ତମାନ ସରକାରୀ ସ୍ତରରେ କିଛି ନିଷ୍ପତ୍ତି ହୋଇପାରୁନି।