ବିଦ୍ୟୁତ୍ ଆଘାତରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

ଯାଜପୁର: ଅଗ୍ନିକାଣ୍ଡରେ ଆଘାତରେ ଚାଲିଗଲା ମା-ପୁଅଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳୀପୁର ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ଗ୍ରାମର ସାରା ବିବିଙ୍କ ଘରେ ବିଳମ୍ବିତ ରାତିର ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ନିଆଁକୁ ଲିଭାଇବା ପାଇଁ ସମସ୍ତେ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇପାରି ନଥିଲେ। ତେବେ ଅଗ୍ନିକାଣ୍ଡର ଖବର ପାଇ ତାଙ୍କ ପଡୋଶୀ ଘରର ଜଣେ ମହିଳା ଓ ତାଙ୍କ ପୁଅ ଆସି ପହଁଞ୍ଚିଥିଲେ।
ତେବେ ଚାଳ ଘରେ ନିଆଁ ଆୟତ୍ତ ହେବା ପରେ ପଡୋଶୀ ଘରର ମାଆ ଓ ପୁଅ ଭିତରକୁ ଯାଇଥିଲେ। ଏହି ସମୟରେ ପାଖରେ ଏକ ଟିଣ ଘର ସର୍ଟ ସର୍କିଟ ହେବା ଫଳରେ ମାଆ ଓ ପୁଅଙ୍କୁ କରେଣ୍ଟ ଲାଗିଥିଲା। କରେଣ୍ଟ ଖାଇ ଘଟଣା ସ୍ଥଳରେ ଉଭୟ ପ୍ରାଣ ହରାଇଥିଲେ।
ମୃତକ ହେଲେ ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହାସହ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇ ଥିବା ବେଳେ ସ୍ଥାନୀୟ ଅଞ୍ଚଳଳରେ ଶୋକର ଛାୟା ଖେଳି ଯାଇଛି।
Comments are closed.