Odisha Link
Bridging the Missing Links in Odisha

ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ

କରଞ୍ଜିଆ: ପୁଣି ଶିମିଳିପାଳ ଜଙ୍ଗଲରେ ନିଆଁ। ଶିମିଳିପାଳ ଜାତୀୟ ଉଦ୍ୟାନର ୨୨ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ।ବନବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି।

ଶିମିଳିପାଳ ଉତ୍ତର ଜୋନରେ ୧୯ଟି ଓ ଦକ୍ଷିଣ ଜୋନରେ ୩ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସୂଚନା ଦେଇଛନ୍ତି ବାରିପଦା RCCF ଏମ. ଯୋଗା. ଜୟାନନ୍ଦ। ପ୍ରାକାଶ ଯେ, ଗତ କିଛି ଦିନ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲାଗିଥିଲା ।

ଯାହାକୁ ଆୟତ୍ତ ପାଇଁ ଉଭୟ ବନବିଭାଗ ଓ ଅଗ୍ନିଶମ ବାହିନୀ ଅହରହ ଉଦ୍ୟମ ଜାରି ରଖିଥିଲେ, ହେଲେ ନିଆଁକୁ ଆୟତ୍ତ କରିବା କାଠିକର ପାଠ ହୋଇଯାଇଥିଲା । କିଛି ଦିନ ତଳେ ବର୍ଷା ହେବାରୁ ଜାତୀୟ ଉଦ୍ୟାନରେ ନିଆଁର ପ୍ରକୋପ କମିଥିଲା । କିନ୍ତୁ ଏବେ ପୁଣି ଥରେ ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲାଗିଛି । ଯାହାକି ଚିନ୍ତାର ବିଷୟ ।

Comments are closed.