Odisha Link
Bridging the Missing Links in Odisha

କାର୍‌ର ସିକ୍ରେଟ୍ ଚାମ୍ବରୁ ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର : ରାଜ୍ୟରେ ଗଞ୍ଜେଇ ଚାଲଣା ବଢିବାରେ ଲାଗିଛି। ବାହାର ରାଜ୍ୟକୁ ବେଧଡ଼କ ଚାଲିଛି ଗଞ୍ଜେଇର ଚୋରା କାରବାର । ଆଜି ଗଞ୍ଜେଇ ଚାଲଣା ବେଳେ୩୦ରୁ ୩୫ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ ।

ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ । ପ୍ରକାଶ ଯେ, ଦାମନଯୋଡ଼ିରୁ ଏକ କାର୍‌ର ସିକ୍ରେଟ ଚାମ୍ବର କରି ଗଞ୍ଜେଇ ବିହାରକୁ ଚୋରାଚାଲାଣ ହେଉଥିଲା।

ଚୋରାରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ରାସ୍ତାରେ ଜଗି ବସିଥିଲା ନବରଙ୍ଗପୁର ପୁଲିସ। ଉକ୍ତ କାର୍‌ରୁ ୩୦ରୁ ୩୫ କିଲୋ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ନବରଙ୍ଗପୁର ପୁଲିସ ।

Comments are closed.