Odisha Link
Bridging the Missing Links in Odisha

ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ପାରିତ

ଭୁବନେଶ୍ୱର: ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ୍‌ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ ଆଗତ ହୋଇଛି। ମେଡ଼ିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ସରକାରୀ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ୧୫% ସଂରକ୍ଷଣ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପ ଆଣିଛନ୍ତି।

ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ଆଲୋଚନାରେ ଭାଗନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ ।

ଓଡିଶା ମହାତ୍ମାଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା । ମହାତ୍ମା ଗାନ୍ଧୀ ପ୍ରତିଟି ଓଡିଆଙ୍କ ହୃଦୟରେ ଅଛନ୍ତି । ଓଡିଶାକୁ ମୋଟ ୮ ଥର ଆସିଥିଲେ, ବିଭିନ୍ନ ପ୍ରାନ୍ତକୁ ଯାଇଛନ୍ତି ବାପୁ ।’

Comments are closed.