Odisha Link
Bridging the Missing Links in Odisha

ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ, ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ। ଏଭଳି ଏକ ଅଘଟଣ ଘଟିଛି ରାଜସ୍ଥାନର ଭିଲୱାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ। ପାଖାପାଖି ୪୫୦ଟି ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ଉପରେ ହଠାତ୍ ବଜ୍ରପାତ ପଡ଼ିଥିଲା। ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବା ଫଳରେ ଟ୍ରକରେ ବୋଝେଇ ହୋଇଥିବା ସିଲିଣ୍ଡରଗୁଡିକ ଫାଟିବାକୁ ଆରମ୍ଭ କରିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଥରିବାକୁ ଲାଗିଥିଲା।

ସୂଚନା ମୁତାବକ, ଜୟପୁରରୁ ୪୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ନେଇ ଟ୍ରକଟି ଜାତୀୟ ରାଜପଥ ୫୨ ଦେଇ କୋଟା ଯାଉଥିଲା। ଟିକଡ ଗାଁ ନିକଟରେ ଟ୍ରକଟି ଏକ ଡିଭାଇଡର ଦେହରେ ପିଟି ହୋଇଯିବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ସେହି ଅଞ୍ଚଳରେ ବର୍ଷା ସହ ଘଡଘଡି ଓ ବିଜୁଳି ମାରୁଥିଲା। ଏହି ବଜ୍ରପାତ ମାଡ଼ରେ ଟ୍ରକରେ ନିଆଁ ଲାଗିଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଗ୍ୟାସ ସିଲିଣ୍ଡର ଫାଟିବାକୁ ଆରମ୍ଭ କରିଥିଲା।

ଏନେଇ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ରାସ୍ତାର ଦୁଇ ପାର୍ଶ୍ବରେ ଯାତାୟତ ବନ୍ଦ କରିଦେଇଥିଲା। ବିସ୍ଫୋରଣ ନିଆଁ ଏତେ ଦୂରକୁ ଛିଟିକି ପଡୁଥିଲା କି କୌଣସି ଯାନରେ ନିଆଁ ଲାଗିଯିବାର ସମ୍ଭାବନା ଥିଲା। ଏହି ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲେ ବି କେହି ମୃତାହତ ହୋଇଥିବା ସୂଚନା ମିଳିପାରି ନାହିଁ।

 

Comments are closed.