କରୋନା: ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଠାବ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏହାରି ମଧ୍ୟରେ ରାଜ୍ୟରେ ୩ ବ୍ରିଟେନ୍ ଷ୍ଟ୍ରେନ୍ ଠାବ ହୋଇଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ ସୂଚନା ଦେଇଛନ୍ତି।
୧୮ଟି ରାଜ୍ୟରୁ ମୋଟ୍ ୭୭୧ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ ଭିତରୁ ଓଡ଼ିଶାରୁ ୩ଟି ଥିବା ଏସ୍.କେ ସିଂହ ସୂଚନା ଦେଇଛନ୍ତି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ ପଞ୍ଜାବରୁ ଚିହ୍ନଟ ହୋଇଛି।
ଭାରତରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍ ଓ ମାରାତ୍ମକ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଠାବ ହୋଇଛି। ତେବେ ଏହି ସଂଖ୍ୟା ଅଧିକ ପରିମାଣରେ ନାହିଁ। ତେଣୁ ରାଜ୍ୟଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପଛରେ ସିଧାସଳଖ ଏହି ଭାରିଆଣ୍ଟ ଦାୟୀ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Comments are closed.