ରାଉରକେଲା NITରୁ ୩ ଛାତ୍ରଛାତ୍ରୀଙ୍କୁ କରୋନା
ରାଉରକେଲା: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଏବେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭୁବନେଶ୍ବର ସ୍ଥିତ ପରେ ଏବେ ରାଉରକେଲା NITର ୩ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୂଚନା ମୁତାବକ, ଗତ ୧୦ ଓ ୧୫ ତାରିଖରେ ଦୁଇଜଣ ଏବଂ ୨୨ ତାରିଖରେ ଜଣେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ କ୍ୟାମ୍ପସ ଭିତରେ ସଙ୍ଗରୋଧରେ ରଖାଯାଇଛି। ଏନଆଇଟି ଜାତୀୟ ପ୍ରତିଷ୍ଠାନ ହୋଇଥିବାରୁ ବିଭିନ୍ନ ପ୍ରଦେଶର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି।
୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାକ୍ଟିକାଲ, ଲ୍ୟାବ ପାଠ୍ୟକ୍ରମ ସହିତ ସେମିଷ୍ଟାର ପରୀକ୍ଷା ନିମନ୍ତେ ହଷ୍ଟେଲ ଫେରିଆସିବାକୁ କର୍ତୃପକ୍ଷ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କ ଆଗମନ ଜାରି ରହିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମହାରାଷ୍ଟ୍ର ହଟସ୍ପଟ ଭାବେ ଉଭା ହୋଇଛି।
Comments are closed.