Odisha Link
Bridging the Missing Links in Odisha

ଷ୍ଟୋଭ୍ ଫାଟି ମହିଳା ମୃତ

ଢେଙ୍କାନାଳ: ଷ୍ଟୋଭ୍ ଫାଟି ମହିଳା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଯାଆନ୍ଦାପଶି ଗାଁରେ।
ଆଜି ସକାଳ ସମୟରେ ଷ୍ଟୋଭ ଫାଟି ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ସୀମା ଭୋଇ(୩୦)।

ସୂଚନା ମୁତାବକ, ରୋଷେଇ କରୁଥିବା ସମୟରେ ଷ୍ଟୋଭ ଫାଟି ଯାଇଥିଲା। ଏହି ସମୟରେ ପିଲାମାନେ ବାହାରେ ଖେଳୁଥିବାରୁ ସୁରକ୍ଷିତ ଅଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘରର ଅନ୍ୟ ସଦସ୍ୟ କାମ କରିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣା ହୋଇଥିବାରୁ ପୁଲିସ ସନ୍ଦେହରେ କାର୍ତ୍ତିକଙ୍କୁ ଥାନାକୁ ନେଇଛନ୍ତି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.