Odisha Link
Bridging the Missing Links in Odisha

ଶୋଇଥିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଦୁଇ ଜଣଙ୍କ ଜୀବନ

ସମ୍ବଲପୁର: ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ଆତଙ୍କ ଖେଳାଇଛି ଦନ୍ତା ଡନ୍। ଗତକାଲି ଡନ ଆକ୍ରମଣରେ କୁଢେରନିଶା ଗାଁରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ଖାଦ୍ୟ ସନ୍ଧାନରେ ଆସି ଗୋଟିଏ ଘର ଭାଙ୍ଗି ଦେବା ସହିତ ୨ଜଣଙ୍କୁ ଦଳି ଦେଇଥିଲା ଡନ୍।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦୁଇ ମୃତକ ହେଲେ ତେଲେଙ୍ଗା ଓରାମ ଓ ଜୟରାମ ମିର୍ଧା। ଉଭୟ ବରଗଡ଼ ଜିଲ୍ଲାର ହୋଇଥିବାବେଳେ ସମ୍ବଲପୁରରେ ବାଉଁଶ କାମ କରି ପେଟ ପୋଷୁଥିଲେ।

ଦିନକୁଦିନ ସ୍ଥାନ ପରିବର୍ତ୍ତନ କରି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରୁଛି ଡନ୍। ଯାହାକୁ ନେଇ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି। ହାତୀକୁ ଘଉଡାଇବାକୁ ବନବିଭାଗ ଫେଲ୍ ହେଉଥିବା ଅଭିଯୋଗ ହୋଇଛି।

Comments are closed.