Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ରାଜନୀତି: ମୋଦୀଙ୍କ ‘ଦିଦି ଓ ଦିଦି’ ମନ୍ତବ୍ୟରେ ଟିଏମ୍‌ସି ନେତା କହିଲେ- ‘ଗୋ ମୋଦୀ ଗୋ’

କୋଲକାତା: ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇ ସାରିଲାଣି ପଶ୍ଚିମବଙ୍ଗ। ଆଉ ଦିନକ ପରେ ଅର୍ଥାତ୍‌ ମାର୍ଚ୍ଚ ୨୭ ତାରିଖରେ ପଶ୍ଚିମବଙ୍ଗରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ପଶ୍ଚିମବଙ୍ଗରେ ଜମୁଛି ନିର୍ବାଚନ ପ୍ରଚାର। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଲାଗି ରହିଛି ରାଜନୈତିକ ବୟାନବାଜି।

ବୁଧବାର ଦିନ ପଶ୍ଚିମବଙ୍ଗର କାଂଥି ଅଞ୍ଚଳରେ ଏକ ନିର୍ବାଚନୀ ଜନସଭାରେ ଯୋଗଦେଇ ପିଏମ୍‌ ମୋଦୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଥିଲେ। ମୋଦୀ ତାଙ୍କ ନିର୍ବାଚନୀ ପ୍ରଚାରରେ ଦିଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଯେବେ ଦରକାର ପଡ଼େ ଦିଦି ଦେଖିବାକୁ ମିଳନ୍ତି ନାହିଁ। ଆଉ ଯେବେ ନିର୍ବଚାନ ହୁଏ ତେବେ ଦିଦି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥାନ୍ତି। ଓ ଦିଦି..ଓ ଦିଦି…ପଶ୍ଚିମବଙ୍ଗର ଛୋଟ ପିଲାବି ଜାଣିସାରିଲେଣି ତମ ଖେଳ। ଏଥିର ନିର୍ବାଚନରେ ଜନତା ଏହାର ଜବାବ ଦେବେ ବୋଲି ମୋଦୀ କହିଥିଲେ।

ମୋଦୀଙ୍କ ‘ଦିଦି ଓ ଦିଦି’ ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା। ସେ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଏଥର ବଙ୍ଗବାସୀ ‘ଗୋ ମୋଦୀ ଗୋ’ କରିବାକୁ ପ୍ରସ୍ତୁତ। ସୂଚନକାଥାଉକି, ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନରେ ନିର୍ବାଚନ ହେବ।

Comments are closed.