କଲେଜ ପରେ ସ୍କୁଲରୁ ୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କିଛି ଦିନ ଧରି ରାଜ୍ୟର ବିଭିନ୍ନ କଲେଜରେ କରୋନା କାୟା ମେଲାଇ ଥିବା ଏବେ ସ୍କୁଲରେ ପହଞ୍ଚିଲାଣି ଏହି ମହାମାରୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ୪ଜଣ ଛାତ୍ର ଓ ୨ ଜଣ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖବର ପାଇବା ପରେ ଆଜି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ ବଙ୍କଳ ହାଇସ୍କୁଲକୁ ପହଞ୍ଚିଥିଲେ। ଯାହା ପରେ ସେଠାରେ ୨୦ ଜଣଙ୍କର ଆରଟିପିସିଆର ଏବଂ ୧୩ ଜଣଙ୍କର ଆଟିଂଜେନ୍ ଟେଷ୍ଟ କରାଯାଇଛି।