Odisha Link
Bridging the Missing Links in Odisha

ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ୍‌ଙ୍କୁ କରୋନା।  ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ନିଜେ ୟୁସୁଫ ପଠାନ୍। ରିପୋର୍ଟ ପଜିଟିଭ୍ ଆସିବା ପରେ ପରେ ନିଜକୁ ଘରୋଇ ସଂଗରୋଧରେ ରଖିଛନ୍ତି ୟୁସୁଫ୍ ପଠାନ୍।

ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ସଂଗରୋଧରେ ରହିବା ସହ ଔଷଧ ଗ୍ରହଣ କରୁଛନ୍ତି। ତେବେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ୍ ହେବାପରେ ପରେ ୟୁସୁଫ୍ ପଠାନ୍ କରୋନା ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସକାଳେ ସଚିନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏହା ପରେ ୟୁସୁଫ୍ ପଠାନ୍ ନିଜର କରୋନା ପରୀକ୍ଷା କରାଇଥିଲେ। ତାଙ୍କର ବି ପଜିଟିଭ୍ ଆସିଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ନିଜର କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ୟୁସୁଫ୍।

Comments are closed.