ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା ଘର, ୬ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଚାନ୍ଦବାଲି ବ୍ଲକ ହେଙ୍ଗୁପତି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି କୌଣସି କାରଣରୁ ମହାଳିକ ସାହିରେ ନିଆଁ ଲାଗିଯାଇଥିଲା।
ଯାହାକି ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା। ନିଆଁ ଲିଭାଇବାକୁ ଗ୍ରାମବାସୀ ମାନେ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରିନଥିଲେ। ଏହି ନିଆଁ ନିମିସକେ ବ୍ୟାପି ଯାଇଥିଲା ଆଉ ଏଥିରେ ପାଖାପାଖି ୧୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କେବଳ ସେତିକି ନୁହେଁ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଧାନ ଚାଉଳ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି।
ତେବେ ଏଥିରେ କେବଳ ଧନ, ସମ୍ପତ୍ତି ନଷ୍ଟ ହୋଇନାହିଁ ଜୀବନ ମଧ୍ୟ ନଷ୍ଟ ହୋଇଯାଇଛି। ଗାଈ ଗୁହାଳରେ ବନ୍ଧାଯାଇଥିବା ୬ରୁ ଅଧିକ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣା ପଡ଼ିନାହିଁ।
Comments are closed.