Odisha Link
Bridging the Missing Links in Odisha

ଗ୍ରୀଷ୍ମପ୍ରବାହ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ତତଲା କଡେଇରେ ସିଜୁଛି ସାରା ଓଡ଼ିଶା। ଦିନକୁ ଦିନ ତାତି ବଢ଼ୁଥିବା ବେଳେ ଲୋକେ ଖରାରେ ଅସ୍ତବ୍ୟସ୍ତ କଲାଣି। ଏହାରି ମଧ୍ୟରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଦିଆଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଗ୍ରୀଷ୍ମପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ୨୦ଟି ଜିଲ୍ଲାଗୁଡିକ ଯଥା- ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ଗ୍ରୀଷ୍ମପ୍ରବାହ ଜାରି ରହିବ।

Comments are closed.