Odisha Link
Bridging the Missing Links in Odisha

ଜିଏସଟି ଆଦାୟରେ ରେକର୍ଡ

୧ ଲକ୍ଷ ୨୩ ହଜାର ୯୦୨ କୋଟି ଜିଏସଟି ଆଦାୟ

ନୂଆଦିଲ୍ଲୀ: ଦେଶରେ ଜିଏସଟି ଆଦାୟରେ ରେକର୍ଡ। ମାର୍ଚ୍ଚ ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଛୁଇଁଛି। ମାର୍ଚ୍ଚ ୨୦୨୦ ତୁଳନାରେ ୨୭ ପ୍ରତିଶତ ଅଧିକ ହୋଇଥିବାବେଳେ ଫେବୃଆରୀ ୨୦୨୧ ତୁଳନାରେ ପ୍ରାୟ ୯.୭ ପ୍ରତିଶତ ଅଧିକ। ଫେବୃଆରୀ ୨୦୨୧ରେ ଜିଏସଟି ଆଦାୟ ୧,୧୩,୧୪୩ କୋଟି ଟଙ୍କା ଥିଲା। ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବାଧିକ ମାସିକ ଜିଏସଟି ସଂଗ୍ରହ।

ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିବା ୧,୨୩,୯୦୨ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୨୯୭୩ କୋଟି, ରାଜ୍ୟ ଜିଏସଟି ଟ.୨୯୩୨୯ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୬୨,୮୪୨ କୋଟି ଟଙ୍କା ଓ ସେସ ୮୭୫୭ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଏପ୍ରିଲ ୨୦୨୦ରେ ଦେଶରେ ଲକଡାଉନ ଚାଲିଥିବାରୁ ସରକାରଙ୍କ ଜିଏସଟି ରାଜସ୍ୱ ହ୍ରାସ ପାଇ ୩୨୧୭୨ କୋଟିକୁ ହ୍ରାସ ପାଇଥିଲା।

ସେହିପରି ମେ ୨୦୨୦ରେ ଏହା ୬୨,୧୫୧ କୋଟିକୁ ବୃଦ୍ଧି ପାଇଥିଲା । ଜୁନ ମାସରେ ସରକାର ୯୦,୯୧୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରିଥିଲେ। ମାତ୍ର ଗତ ଅକ୍ଟୋବର ପରଠାରୁ ଜିଏସଟି ଆଦାୟ କ୍ରମାଗତ ଭାବେ ୧ ଲକ୍ଷ କୋଟି ଉପରେ ରହୁଛି। ଏହା ଅର୍ଥନୀତିରେ କ୍ରମାଗତ ସୁଧାରର ଲକ୍ଷଣ ବୋଲି କୁହାଯାଉଛି।

ଓଡ଼ିଶାରେ ମାର୍ଚ୍ଚ ୨୦୨୧ରେ ୩୨୮୫.୨୯ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି, ଯାହାକି ମାର୍ଚ୍ଚ ୨୦୨୦ର ଜିଏସଟି ସଂଗ୍ରହ ୨୬୩୨.୮୮ କୋଟି ତୁଳନାରେ ୨୫ ପ୍ରତିଶତ ଅଧିକ।

 

Comments are closed.