Odisha Link
Bridging the Missing Links in Odisha

କ୍ରିକେଟ ବଢ଼ାଇଲା କରୋନା ସଂକ୍ରମଣ: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲାଣି ମହମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ୍ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆସିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ମୁହାଁ ହୋଇଛି। ତେବେ ଏହାରି ଭିତରେ ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

କ୍ରିକେଟ ଖେଳ ରାଜ୍ୟରେ କରୋନା ସଂକ୍ରମଣ ପଢ଼ାଇଛି।ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ସଂକ୍ରମଣକୁ ଅଧିକ ବଢ଼ାଇଛି। ହେଲେ ସୀମା ସିଲ୍ ସମାଧାନ ନୁହେଁ, ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଗୃହ ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେଲେ କଣ୍ଟେନମେଣ୍ଟ କରାଯାଉଛି। ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ଦେଖିବାକୁ ବିଭିନ୍ନ ଅଞ୍ଚଳର ଲୋକ ଏକତ୍ରିତ ହୋଇଥିଲେ। ତେଣୁ ସେଠାରୁ ମହାମାରୀ ସଂକ୍ରମଣ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି। କଳହାଣ୍ଡି, ନୂଆପଡ଼ାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ କୁହାଯାଇଛି।

Comments are closed.