Odisha Link
Bridging the Missing Links in Odisha

ଓଡ଼ିଶାର ୭ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର:  ଓଡ଼ିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲା କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ। ୭ଟି ପ୍ରକଳ୍ପକୁ ମଂଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକାରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

ଏନଏଚ-୩୨୬ର ମାଲକାନାଗିରିରୁ ମୋଟୁ ମଧ୍ୟରେ ୫ଟି ନୂଆ ସେତୁକୁ ମଞ୍ଜୁରୀ ମିଳିଛି। ବୁଡାପୋଲ ଜାଗାରେ ହାଇଲେଭଲ ସେତୁକୁ ମଞ୍ଜୁରୀ ମିଳିଥିବା ବେଳେ ଏହି ବାବଦରେ ଖର୍ଚ୍ଚ ହେବ ୧୫୪ କୋଟି। ଏଥିସହ ପୁରୀ-କୋଣାର୍କ ରାସ୍ତାର ମାଟିଆପଡାଠାରେ ହେବ ରେଳ ଓଭରବ୍ରିଜ କୁ ମଞ୍ଜୁରୀ ମିଳିଛି।

 

Comments are closed.