Odisha Link
Bridging the Missing Links in Odisha

୨୦୧୧ ବିଶ୍ବକପ୍: ଆଜିର ଦିନରେ ଟିମ୍‌ ଇଣ୍ଡିଆ ରଚିଥିଲା ଇତିହାସ, ଜାଣନ୍ତୁ ଫାଇନାଲ ମୁକାବିଲାର କିଛି ଅଜଣା କଥା…

୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା

ନୂଆଦିଲ୍ଲୀ: ୧୦ ବର୍ଷ ତଳେ ବିଶ୍ବ କ୍ରିକେଟରେ ଇତିହାସ ରଚିଥିଲା ଟିମ୍‌ ଇଣ୍ଡିଆ। ଅର୍ଥାତ୍‌ ୨୦୧୧ ମସିହାରେ ଦ୍ବିତୀୟ ଥର ପାଇଁ ବିଶ୍ବ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ। ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା । ଏହାର ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଇତିହାସ ରଚିଥିଲା । ଏହାସହ ଓ୍ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ଭାବେ ୨ ବା ଅଧିକ ଥର ବିଶ୍ୱ ବିଜୟୀ ହେବାର ଗୌବର ଅର୍ଜନ କରିବାର ସଫଳ ହୋଇଥିଲା। ତେବେ ଜାଣନ୍ତୁ  ୨୦୧୧ ବିଶ୍ବକପ୍‌ ଫାଇନାଲ ମ୍ୟାଚର କିଛି ରୋଚକ କଥା।

୨ଥର ପଡ଼ିଥିଲା ଟସ୍:
୨୦୧୧ ବିଶ୍ବକପ୍‌ ଫାଇନାଲ ମୁକାବିଲାରେ ଆଶର୍ଚର୍ଯ୍ୟକର ଘଟଣା ଘଟିଥିଲା। ଫାଇନାଲରେ ଥରେ ନୁହେଁ ଦୁଇଥର ଟସ୍‌ ପଡ଼ିଥିଲା। କାରଣ ଯେତେବଳେ ପ୍ରଥମେ ଟସ୍‌ ପଡ଼ିଥିଲା ସେତେବେଳେ ମ୍ୟାଚ୍‌ ରେଫରୀ ଅଧିନାୟକଙ୍କ କଲକୁ ସ୍ପଷ୍ଟ ଭାବେ ଶୁଣିପାରିନଥିଲେ। ଯାହାଫଳରେ ଦୁଇ ଟିମ୍‌ ମଧ୍ୟରେ ଦ୍ବନ୍ଦାତ୍ମକ ସ୍ଥିିତି ଉପୁଜିଥିଲା। ଦ୍ବନ୍ଦକୁ ଦୂର କରିବା ପାଇଁ ଦୁଇ ଅଧିନାୟକଙ୍କ ସହମତିରେ ଦ୍ବିତୀୟ ଥର ପାଇଁ ଟସ୍‌ ପଡ଼ିଥିଲା। ଯେଉଥିରେ ଶ୍ରୀଲଙ୍କା ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା।

ମହେଲା ଜୟବର୍ଦ୍ଧେନଙ୍କ ଦମଦାର ଶତକ:

ଶ୍ରୀଲଙ୍କା ଟିମ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ଟି ଓ୍ବିକେଟ ହରାଇ ୨୭୪ ରନ୍‌ କରିଥିଲେ। ଯାହାକୁ ଟିମ୍‌ ଇଣ୍ଡିଆ ପିଛା କରି ନିର୍ଦ୍ଧାରିତ ଓଭର ପୂର୍ବରୁ ୬ ଓ୍ବିକେଟରେ ମ୍ୟାଚ୍‌ ବିଜୟୀ ହେବା ସହ ବିଶ୍ବକପ୍‌ ଟାଇଟଲ୍‌ ହାତେଇଥିଲା। ଶ୍ରୀଲଙ୍କା ପକ୍ଷରୁ ମହେଲା ଜୟବର୍ଦ୍ଧେନ ସର୍ବାଧିକ ୧୦୩ ରନର ଶାନଦାର ଇନିଂସ୍‌ ଖେଳିଥିଲେ। ସେ ୮୮ଟି ବଲ୍‌ ଖେଳି ଶାନଦାର ଇନିଂସ୍‌ ଖେଳିଥିଲେ।

ଭୁଲ୍‌ କରିବାକୁ ଯାଉଥିଲେ ଧୋନୀ, ରୋକିଥିଲେ ଯୁବରାଜ: 

ଫାଇନାଲ ମୁକାବିଲାର ପ୍ରଥମ ଇନିଂସର ୩୯ତମ ଓଭରରେ ଯୁବରାଜ ବୋଲିଂ କରୁଥିଲେ। ସେହି ସମୟରେ ତିଲନ ସମରାବିରାଙ୍କ ବିପକ୍ଷରେ ଏଲବିଡବ୍ଲୁ ଓପିଲ କରିଥିଲା ଟିମ୍‌ ଇଣ୍ଡିଆ। ହେଲେ ଅମ୍ପାୟର ନଟ୍‌ ଆଉଟ୍‌ ଘୋଷଣା କରିଥିଲେ। ଯାହାପରେ ଯୁବରାଜ ଧୋନୀଙ୍କୁ ଡିଆରଏସ୍‌ ନେବାକୁ କହିଥିଲେ ହେଲେ ଧୋନୀ ତାଙ୍କ କଥାରେ ରାଜି ହୋଇନଥିଲେ। ତାପରେ ଯୁବରାଜ ଧୋନୀଙ୍କୁ ସମର୍ଥନ ଜଣାଇବା ପରେ ଧୋନୀ ଡିଆରଏସ୍‌ ନେଇଥିଲେ। ଯାହାଫଳରେ ଫିଲ୍ଡ ଅମ୍ପାୟରଙ୍କ ନିଷ୍ପତ୍ତିକୁ ବଦଳାଇଥିଲେ ଥାର୍ଡ ଅମ୍ପାୟର ଓ ସମରବୀରାଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ସମରବୀରା ୨୧ ରନର ଇନିଂସ୍‌ ଖେଳିଥିଲେ।

ଗମ୍ଭୀର ଖେଳିିଥିଲେ ଶାନଦାର ଇନିଂସ୍:

ସଚିନ- ସେହଓ୍ବାଗ ଯୋଡ଼ି ଆଉଟ୍‌ ହେବା ଫଳରେ ଗୌତମ ଗମ୍ଭୀର ଓ ବରାଟ କୋହଲି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦୁଇ ଖେଳାଳି ୭୯ରନର ପାର୍ଟନରସିପ୍‌ ଇନିଂସ୍‌ ଖେଳିଥିଲେ। ଏହାପରେ ବିରାଟ ୩୫ ରନ୍‌ କରି ଆଉଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ। ୧୧୪ରେ ଦଳକୁ ତୃତୀୟ ଝଟକା ଲାଗିଥିବା ବେଳେ ଧୋନୀଙ୍କ ସହ ଗମ୍ଭୀର ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଗମ୍ଭୀର ୯୭ ରନର ଶାନଦାର ଇନିଂସ୍‌ ଖେଳି ଆଉଟ୍‌ ହୋଇଥିଲେ ।

Comments are closed.