Odisha Link
Bridging the Missing Links in Odisha

ମାଲକାନଗିରି ପୁଅ ଟିମ୍‌ ଇଣ୍ଡିଆ ମ୍ୟାନେଜର

ଓଏଲ୍‌ ବ୍ୟୁରୋ: ଏବେ ସବୁଠି ଚର୍ଚ୍ଚାରେ ଓଡ଼ିଶା ମାଟିର ପୁଅ ସତବୀର ସିଂ ରିୟର। ପେଶାରେ ଜଣେ ସେ ଫାର୍ମାସି ଅଫିସର। ହେଲେ ଏବେ ସେ ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ହୋଇଛନ୍ତି ମାଲକାନଗିରିର ସତବୀର ସିଂ ରିୟର। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଟିମ ଇଣ୍ଡିଆର ମ୍ୟାନେଜର ପଦ ପାଇଁ ବିସିସିଆଇ ପକ୍ଷରୁ ମନୋନୀତ କରାଯାଇଛି। ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।

୧୯୯୬ ମସିହାରୁ ସତବୀର କ୍ରିକେଟକୁ ନିଶା ଭାବେ ଗ୍ରହଣ କରିଥିବା ସହ ଦିର୍ଘ ବର୍ଷ ଧରି ଓସିଏ ସଦସ୍ୟ ରହିଛନ୍ତି। ଅଣ୍ଡର ସିକ୍ସଟିନ୍, ଅଣ୍ଡର ନାଇଟିନ୍ ଓ ରଜଣୀ ଟ୍ରଫିରେ ଓଡ଼ିଶା ଦଳର ଟିମ୍ ମ୍ୟାନେଜର ଦାୟିତ୍ୱ ତୁଲାଇ ସାରିଛନ୍ତି। ସେଇ ଅନୁଭୁତିକୁ ଆଧାର କରି ତାଙ୍କୁ ଭାରତୀୟ କ୍ରିକେଟ୍ ଟିମ ମ୍ୟାନେଜର ଦାୟିତ୍ୱ ମିଳିଥିବା ଓସିଏ ପକ୍ଷରୁ କୁହାଯାଇଛି। ରଂଜୀବ ବିଶ୍ୱାଳଙ୍କ ପରେ ଦ୍ୱିତୀୟ ଓଡ଼ିଆ ଭାବେ ବିସିସିଆଇରେ ସାମିଲ ହୋଇଛନ୍ତି।

୨୦୦୧ରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫାର୍ମାସୀ ଅଫିସର ଭାବେ କାର୍ଯ୍ୟରତ ସତବୀର ଅଧିକାଂଶ ସମୟ ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ ପାଇଁ ସମୟ ଦେଇଥାନ୍ତି। ମାଲକାନଗିରି ଜିଲ୍ଲାରେ ଅନକେ ଖେଳାଳି ତିଆରି କରିଛନ୍ତି।

Leave A Reply

Your email address will not be published.