Odisha Link
Bridging the Missing Links in Odisha

ରାଉରକେଲାରେ ଘନକୁହୁଡ଼ିର ପ୍ରଭାବ: ଭୁବନେଶ୍ୱର ଓ କଲିକତାକୁ ବିମାନ ଉଡ଼ାଣ ବନ୍ଦ

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ଘନ କୁହୁଡି ଯୋଗୁଁ ରାଉରକେଲା ବିମାନ ବନ୍ଦରରେ ବିମାନ ସେବା ବାଧାପ୍ରାପ୍ତ। ୨ ଦିନ ହେବ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରହିଛି। କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ବନ୍ଦ ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଉରକେଲାରୁ ଭୁବନେଶ୍ୱର ଓ କଲିକତାକୁ ବିମାନ ଉଡ଼ାଣ ମଧ୍ୟ ବନ୍ଦ କରାଯାଇଛି।

ଅନ୍ୟପଟେ, ଆଜିଠୁ ରାଉରକେଲାରୁ କୋଲକତାକୁ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଥିଲା। ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ କରାଯାଇଥାନ୍ତା। ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ମିଳିବ।

ଏହି ବିମାନ ସେବା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟରେ ରାଉରକେଲାରୁ କୋଲକତା ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି। ଏହାଦ୍ବାର ସହରର ବ୍ୟବସାୟୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି।

Leave A Reply

Your email address will not be published.