Odisha Link
Bridging the Missing Links in Odisha

ଆଜି ଭାରତ-ନ୍ୟୁଜିଲାଣ୍ଡ ମହାମୁକାବିଲା; ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ

ଓଏଲ୍‌ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ଣ ୨ଟା ବେଳେ ଖେଳାଯିବ ଏହି ମହାମୁକାବିଲା। ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ ସେମିଫାଇନାଲ ମ୍ୟାଚ ପାଇଁ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଟିମ୍‌ ଇଣ୍ଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

https://x.com/sudarsansand/status/1724630033661341742?s=20

ଅନ୍ୟପଟେ, ଚଳିତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମା ଭାରତକୁ ପ୍ରତି ମ୍ୟାଚରେ ଭଲ ଷ୍ଟାର୍ଟ ଦେଉଛନ୍ତି। ମିଡଲ୍ ଅର୍ଡରରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ବ୍ୟାଟ୍ରୁ ମଧ୍ୟ ଖୁବ୍ ରନ୍ ବର୍ଷୁଛି। ବୋଲିଂ ବିଭାଗରେ ମଧ୍ୟ ଭଲ ସମିଶ୍ରମ ଦେଖିବାକୁ ମିଳିଛି। ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କୁ ନେଇ ଗଠିନ ପେସ୍ ବ୍ୟାଟେରୀ ସହିତ ସ୍ପିନର ମଧ୍ୟ ବିରୋଧୀ ଦଳକୁ ନାକେଦମ କରିଛନ୍ତି। ତେବେ ଆଜିର ଏହି ମହାମୁକାବିଲା ଦେଖିବା ପାଇଁ କ୍ରିକେଟପ୍ରେମୀ ଚାହିଁ ରହିଛନ୍ତି।