Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ବିଜେପି ରାଲିରେ ବିଜେଡି କର୍ମୀଙ୍କ ଆକ୍ରମଣ

ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

ପିପିଲି: ପିପିଲି ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ। ନାମାଙ୍କନ ସରିବା ପରେ ଜୋର ଧରିଛି ନିର୍ବାଚନୀ ପ୍ରଚାର। ଏହାରି ମଧ୍ୟରେ ଆଜି ପ୍ରଚାର ରାଲିରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାଇଗିରିପୁର ବିଜେପି ରାଲିରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ବିଜେପି କର୍ମୀଙ୍କ ଗାଡି ଭାଙ୍ଗିବା ସହ ଜଣେ କର୍ମୀ ଆହତ ହୋଇଥିବା ନେଇ ସୂଚନା ମିଳିଛି। ରାଲି ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପ୍ରତିବାଦରେ ଗାଁ ଦାଣ୍ଡରେ ଆଶ୍ରିତ ପଟ୍ଟନାୟକ ଧାରଣା ଦେଇଛନ୍ତି। ରାଲିରେ ଥିବା ସମସ୍ତ କର୍ମୀ ଧାରଣାରେ ସାମିଲ ହୋଇଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ଆସନ୍ତା ୧୭ରେ ପିପିଲି ଉପ ନିର୍ବାଚନ ହେବ। ପ୍ରଚାର ମଇଦାନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ଦଳ ନିଜ ନିଜର ରଣନୀତି ଆରମ୍ଭ କରିଥିବା ବେଳେ ପ୍ରଚାର ବେଳେ ଏଭଳି ଆକ୍ରମଣ ଅଭିଯୋଗ ପିପିଲି ରାଜନୀତିକୁ ଆହୁରି ଉଷ୍ମ କରିଛି।

Comments are closed.