Odisha Link
Bridging the Missing Links in Odisha

SCBରୁ ୬ ଦଲାଲ ଗିରଫ

ଦଲାଲ ମୁକ୍ତ କରିବାକୁ ସ୍ଵତନ୍ତ୍ର ଅଭିଯାନ

କଟକ: କଟକ ବଡ଼ ମେଡିକାଲରୁ ୬ ଦଲାଲ ଗିରଫ। ଏସସିବି ପରିସରକୁ ଦଲାଲ ମୁକ୍ତ କରିବାକୁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।ଗିରଫ ଅଭିଯୁକ୍ତଙ୍କ ଭିତରେ ଏସସିବିର ୨ ଜଣ କର୍ମଚାରୀ ରହିଛନ୍ତି। ଏହାସହ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ଏହି ଦଲାଲମାନେ ଏସସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଉଥିଲେ। ଏହି ରାକେଟରେ ବହୁ କର୍ମଚାରୀ ଓ ଡାକ୍ତରଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି। ଖୁବଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଡିସିପି କହିଛନ୍ତି।

Comments are closed.