Odisha Link
Bridging the Missing Links in Odisha

ପିପିଲି ଉପ-ନିର୍ବାଚନ: ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥର ତାଲିକା ଦେଲା ବିଜେପି

ଭୁବନେଶ୍ୱର: ପିପିଲି ଜନମତ ବିଜେପି ଆଡକୁ ଢଳିବା ଦେଖି ହିଂସାପରାୟଣ ହୋଇଛି ବିଜେଡ଼ି। ଗତକାଲି ପିପିଲି ବ୍ଲକ ସହଜପୁର ପଞ୍ଚାୟତ ରାୟଗୁରପୁର ଗାଁରେ ବିଜେପିର ପ୍ରଚାର ରାଲି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ବିଭିନ୍ନ ସ୍ଥାନରେ ବୁଥ ରିଙ୍ଗିଗ, ବୁଥ କ୍ୟାପଚରିଙ୍ଗ ଏବଂ ବୁଥରେ ହିଂସା କରିବାର ରାସ୍ତା ଆପଣାଇଥିଲା।

ପିପିଲି ନିର୍ବାଚନ ବେଳେ ବିଜେଡ଼ିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ବଣ୍ଟାଯାଉଥିବାର ସୂଚନା ପାଇଲା ପରେ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ତଦାରଖ କରୁଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍‌ର ଏକ ଟିମ୍ ସେଠାକୁ ଯାଇ ଚଢାଉ କରିବା ସମୟରେ ଖୋଦ୍ ପ୍ରଦୀପ ମହାରଥୀ ଓ ତାଙ୍କର ଗୁଣ୍ଡା ସହଯୋଗୀମାନେ ଫ୍ଲାଇଙ୍ଗ ସ୍କ୍ୱାଡ୍ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏବେ ପୁଣିଥରେ ନିର୍ବାଚନ ଜିତିବା ପାଇଁ ବିଜେଡ଼ି ପିପିଲି ଓ ଡେଲାଙ୍ଗ ବ୍ଲକରେ ପୂର୍ବଭଳି ରିଗିଂ ଏବଂ କ୍ୟାପଚରିଂ କରିବାର ସମ୍ଭାବନା ରହିଛି। ଚଳିତ ଉପନର୍ବାଚନରେ ମଧ୍ୟ ଶାସକ ବିଜେଡି ଦ୍ୱାରା ବୁଥ ରିଗିଂ ଓ କ୍ୟାପଚରିଂର ଆଶଙ୍କା କରି ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥର ତାଲିକା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଦାନ କରିଛି ।

ସର୍ବମୋଟ ୧୨୬ଟି ସମ୍ବେଦନଶୀଳ ଓ ୧୧୩ଟି ଅତିସମ୍ବେଦନଶୀଳ ବୁଥ ଗୁଡିକରେ କେନ୍ଦ୍ରୀୟ ସୁରକ୍ଷାବଳକୁ ମୁତୟନ କରାଯିବା ସହ ସିସିଟିଭି କ୍ୟାମେରା ଲଗାଇ ତାହାର ଭିଡିଓଗ୍ରାଫି କରାଯାଉ ବୋଲି ବିଜେପି ଦାବି କରିଛି। ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦରଅଲ୍ଲୀ ଓ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Comments are closed.