Odisha Link
Bridging the Missing Links in Odisha

ନକ୍ସଲ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ: ୫ ଯବାନ ସହିଦ, ୩ ମାଓବାଦୀ ମୃତ

ରାୟପୁର: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଛି। ଗୁଳିବିନିୟମରେ ୫ ଜଣ ଯବାନ ସହିଦ ହୋଇଛନ୍ତି।

ପ୍ରକାଶ ଯେ, ଛତିଶଗଡ ବିଜାପୁର ଜିଲ୍ଲା ସିଲେଗୁର ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ୍ କରି ରହିଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା। ଏହାପରେ କୋବ୍ରା ବଟାଲିଅନ୍‌, ଡିଆରଜି ଓ ସିଆରପିଏଫ ବାହିନୀର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ।

ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଘଟଣାରେ ଡିଆରଜି ବାହିନୀର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଏବେବି ସ୍ଥାନୀୟ ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି।

Comments are closed.