Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନରେ ୧୦ ପ୍ରାର୍ଥୀ: ସିିଇଓ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ମଇଦାନରେ ୧୦ ଜଣ ପ୍ରାର୍ଥୀ ଲଢ଼େଇ କରିବେ। ଆଜି ପିପିିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ମୋଟ ୧୫ ଜଣ ନୋମିନେସନ ଫାଇଲ୍ କରିଥିଲେ। ଯେଉଁଥିରୁ ତିନିଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ଏହାପରେ ଆଜି ଆଉ ଦୁଇ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଶେଷକୁ ଏବେ ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ରହିବା ଚୂଡାନ୍ତ ହୋଇଛି।

ଏଥର ପିପିଲିରେ ମୋଟ ୨,୨୯, ୯୯୮ ଜଣ ଭୋଟ୍‌ର ରହିଛନ୍ତି। ଏମାନଙ୍କ ଭିତରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟରେ ଭୋଟ୍ ଦେବେ। ଏଥିସହିତ ୯୦୯ ଜଣ ଭୋଟର ୮୦ ବର୍ଷରୁ ଅଧିକ ଏବଂ ୧୬୮ ଜଣ ଭିନ୍ନକ୍ଷମ ବୋଲି ସୂଚନା ଦିଆଯାଇଛି।

ପିପିଲି ଉପନିର୍ବାଚନ ପାଇଁ ୬ ତାରିଖରୁ ବାଲାଟ୍ ଭୋଟ୍ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପିିପିଲି ଉପ ନିର୍ବାଚନ ପାଇଁ ମୋଟ ୪୨୩ଟି ବୁଥ୍ ହେବ। ଏହା ଭିତରୁ ୧୦୨ଟି ବୁଥକୁ କ୍ରିଟିକାଲ୍ ବୁଥ କରାଯାଇଛି। ତେବେ ଏଥର କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟିଂ ହେବ ନାହିଁ।

Comments are closed.