Odisha Link
Bridging the Missing Links in Odisha

ବାଚସ୍ପତିଙ୍କୁ ଚପଲ ଓ ଇୟର ଫୋନ ଫିଙ୍ଗିଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କୁ ଚପଲ ଇୟର ଫୋନ ଓ କାଗଜ ଫିଙ୍ଗିଛନ୍ତି। ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଇୟର ଫୋନ ଓ କାଗଜ ଫିଙ୍ଗିଛନ୍ତି। ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି। କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବା ସେ  କହିଛନ୍ତି ।  ତେବେ ସେ ଚପଲ ଫିଙ୍ଗିନଥିବା ବିଷ୍ଣୁ ସେଠୀ କହିଛନ୍ତି । କଲମ ଓ ହେଡଫୋନ ଫିଙ୍ଗିଥିବା ସେ ସ୍ୱୀକାର କରିଛନ୍ତି । ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହେବା ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗାଯାଇଥିଲା।

ଶନିବାର ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହୋଇଯାଇଛି। ବିରୋଧୀଙ୍କ ହୋହାଲ୍ଲା ଭିତରେ ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହୋଇଯାଇଛି। ଫଳରେ ଏଣିକି ଲୋକାୟୁକ୍ତ ସଦସ୍ୟଙ୍କୁ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ। ତେବେ ସଂଶୋଧିକ ବିଲ ଅନୁସାରେ ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇପାରିବେ। ପୂର୍ବରୁ  ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଓଡ଼ିଶା ସହ ସମଗ୍ର ଦେଶରେ ନିଯୁକ୍ତି ବ୍ୟବସ୍ଥା ଥିଲା।

Comments are closed.