Odisha Link
Bridging the Missing Links in Odisha

ବିଧାନସଭା: ଚଳିତ ଅଧିବେଶନରୁ ସସ୍‌ପେଣ୍ଡ ହେଲେ ୩ ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗା ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ବିଜେପିର ୩ ବିଧାୟକଙ୍କୁ ବିଧାନସଭାର ଚଳିତ ଅଧିବେଶନରୁ ସସ୍‌ପେଣ୍ଡ କରାଯାଇଛି। ବାଚସ୍ପତି ଭିଡିଓ ଫୁଟେଜ୍ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସସ୍‌ପେଣ୍ଡ ହୋଇଥିବା ବିଧାୟକମାନେ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର।

ପ୍ରକାଶ ଯେ, ଚପଲ ମାଡ଼ ଘଟଣା କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାରେ ବିଧାୟକମାନେ ଦାବି କରିଥିଲେ। ପରେ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଆଜି ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଧାନସଭା ଭଳି ଏକ ପବିତ୍ର ଗୃହରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି।

ବିଧାନସଭାରେ ବିଜେପି ସଦସ୍ୟମାନେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗିଛନ୍ତି। ଖାଲି ସେତିକି ନୁହେଁ ଇୟର ଫୋନ ଓ କାଗଜ ମଧ୍ୟ ଫିଙ୍ଗିଛନ୍ତି। ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ଏକ ବୈଦୁ୍ୟତିକ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି। କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବା ସେ କହିଛନ୍ତି। ତେବେ ସେ ଚପଲ ଫିଙ୍ଗିନଥିବା ବିଷ୍ଣୁ ସେଠୀ କହିଛନ୍ତି। କଲମ ଓ ହେଡଫୋନ ଫିଙ୍ଗିଥିବା ସେ ସ୍ୱୀକାର କରିଛନ୍ତି।

Comments are closed.