Odisha Link
Bridging the Missing Links in Odisha

କରୋନା: ଭୁବନେଶ୍ବର ଏସବିଆଇ ମୁଖ୍ୟଶାଖା ୪୮ ଘଣ୍ଟା ପାଇଁ ବନ୍ଦ

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ପୁଣି କରାନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ୱରରେ ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମସି। ୟୁନିଟ୍-୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ୪୮ ଘଣ୍ଟା ପାଇଁ ସିଲ୍ କରିଛି।

ଏନେଇ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ଶାଖାରୁ ୭ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ତୁରନ୍ତ ଏହାକୁ ସିଲ୍ କରିବା ସହିତ କଂଟାକ୍ଟ ଟ୍ରେସିଂ ଆରମ୍ଭ କରିଛି। ତେବେ ଏଠାକାର କର୍ମଚାରୀ କେମିତି କୋଭିଡ୍ ସଂକ୍ରମିତ ହେଲେ ସେନେଇ କଂଟାକ୍ଟ ଟ୍ରେସିଂ ପରେ ହିଁ ସୂଚନା ମିଳିପାରିବ।

ପ୍ରକାଶ ଯେ, ଏହାପୂର୍ବରୁ ଭୁବନେଶ୍ୱରର ଏକାଧିକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ କୋଭିଡ୍ ସଂକ୍ରମିତ ହୋଇଥିଲେ। ଏହାପରେ ବିଏମସି ତୁରନ୍ତ ଏହି ସବୁ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା। ଏବେ ବ୍ୟାଙ୍କରୁ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ଏସବିଆଇର ଏହି ଶାଖାକୁ ମଧ୍ୟ ସିଲ୍ କରିଛି।

Comments are closed.