Odisha Link
Bridging the Missing Links in Odisha

ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ: ବାଚସ୍ପତି

ଭୁବନେଶ୍ଵର: ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାମାରୀର ଦ୍ବିତୀୟ ଲହରୀକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଲୋକେ ସଚେତନ ହେଉଥିବା ଦେଖିବାକୁ ମିଳୁନାହିଁ।

ତେଣୁ ରାଜ୍ୟ ସରକାର କର୍ଫ୍ୟୁ ଲାଗୁ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ନେଇ ସଙ୍କେତ ମଧ୍ୟ ଦେଇଛନ୍ତି। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି କହିଛନ୍ତି, ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ।

କରୋନା ସଂକ୍ରମଣ ବଢୁଥିବାରୁ ଆଗାମୀ ୪/୫ ଦିନ ଭିତରେ କର୍ଫ୍ୟୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ଅନୁଧ୍ୟାନ କରୁଛନ୍ତି। କରୋନାକୁ ନେଇ ସମସ୍ତେ ସଚେତନ ହେବା ଦରକାର ବୋଲି ବାଚସ୍ପତି କହିଛନ୍ତି।

Comments are closed.