Odisha Link
Bridging the Missing Links in Odisha

କରୋନା ଚାଲିଗଲାଣି, ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ: ମନ୍ତ୍ରୀ

ଆସାମରେ ଏବେ ଆଉ କରୋନାର କୌଣସି ବି ମାମଲା ନାହିଁ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦେଶରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ବୟାନ ଦେଇ ଚର୍ଚ୍ଚାରେ ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ସେ କହିଛନ୍ତି ଯେ, କରୋନା ଚାଲିଗଲାଣି। ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। କାରଣ ରାଜ୍ୟରେ ଆଉ ସେ ମାରାତ୍ମକ ଭୂତାଣୁ ନାହିଁ। କରୋନା ଫେରିଲେ କହିବି।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, କରୋନା ମହାମାରୀ ଆସାମରୁ ପ୍ରତ୍ୟାବର୍ତ୍ତନ କରି ସାରିଛି। ଆସାମରେ ଏବେ ଆଉ କରୋନାର କୌଣସି ବି ମାମଲା ନାହିଁ। ତେଣୁ ଲୋକମାନେ କାହିଁକି ମାସ୍କ ପିନ୍ଧି ଆତଙ୍କ ସୃଷ୍ଟି କରିବେ। ପୁଣିଥରେ କୋଭିଡ-୧୯ ଆସିଲେ, ଆମେ ଲୋକଙ୍କୁ ଜଣାଇବା ସହ ମାସ୍କ ପିନ୍ଧିବାକୁ କହିବୁ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଥାଉକି, ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୫୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ରେ ପହଞ୍ଚିଛି।

Comments are closed.