Odisha Link
Bridging the Missing Links in Odisha

ଟ୍ରାଭେଲ ରେଜିଷ୍ଟ୍ରସନ ନଥିବାରୁ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା: ବିଏମସି କମିଶନର

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧିର କାରଣ ସମ୍ପର୍କରେ ମତ ରଖିଛନ୍ତି ବିଏମସି କମିଶନର।

ବିଏମସି କମିଶନର କହିଛନ୍ତି ଯେ, ପ୍ରତିଦିନ ବିମାନବନ୍ଦର ଓ ଷ୍ଟେସନରୁ ୫ରୁ ୧୦ ଜଣ ସଂକ୍ରମିତ ବାହାରୁଛନ୍ତି । ଟ୍ରାଭେଲ ରେଜିଷ୍ଟ୍ରସନ ନଥିବାରୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି।

ଅନ୍ୟପକ୍ଷରେ ବର୍ତ୍ତମାନ ବିଏମସିରେ ବେଡ ସଂଖ୍ୟା ୧୫୦ ଅଛି। ଖୁବ ଶୀଘ୍ର ଏହି ବେଡ ବଢିବ। ଆମର ଏନଫୋର୍ସମେଣ୍ଟ ଟିମ କାମ କରୁଛି। ପ୍ରଚାର ପ୍ରସାର କରାଯାଉଛି। ୩ଟି ଜେନାରେ ସ୍କ୍ୱାଡ ଗଠନ ହୋଇ ଚେକିଂ ଜାରି ରହିଛି ବୋଲି ବିଏମସି କମିଶନର କହିଛନ୍ତି।

Leave A Reply

Your email address will not be published.