Odisha Link
Bridging the Missing Links in Odisha

ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ରାଇରଙ୍ଗପୁର: ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏକଡାଳି ଗ୍ରାମରେଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।

ସୂଚନା ମୁତାବକ, ଆଜି ସକାଳ ସମୟରେ ଗ୍ରାମର ଏକ ଛୋଟ ପିଲା ଶୌଚ ହେବାକୁ ଯାଉଥିବା ସମୟରେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀଙ୍କୁ ଖବର ଦେବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ୧୦୨ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି।

ଶିଶୁ ପୁତ୍ରଟି ସୁସ୍ଥ ଥିବା ଜଣାପଡିଛି। ତେବେ କିଏ ଏବଂ କେଉଁ କାରଣ ପାଇଁ ଶିଶୁ ପୁତ୍ରଟିକୁ ଏଠାରେ ଫୋପାଡିଛି ତାହା ସ୍ପଷ୍ଟ ହୋଇ ନାହିଁ। ଏନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.