Odisha Link
Bridging the Missing Links in Odisha

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ଚଣ୍ଡୀଖୋଲ: ଉତ୍କଳ ବିଶ୍ଵବିଦ୍ୟାଳୟ ନୂତନ ପରିସର (ଗ୍ରାମୀଣ) ଶାଖା ର ସାମାଜିକ କାର୍ଯ୍ୟ ବିଭାଗ ଓ ଜନ ସ୍ଵାସ୍ଥ୍ୟ ବିଭାଗ ର ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ଏନ୍.ସି.ସି ୟୁନିଟ୍ ର ସାହାୟତରେ ବାବା ଭୈରବାନନ୍ଦ ସ୍ଵୋୟଂଶାସିତ ମହାବିଦ୍ୟାଳୟ, ଚଣ୍ଡୀଖୋଲ ପରିସର ରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଆୟୋଜିତ ହୋଇଯାଇଛି।

ବିଶ୍ଵ ସ୍ଵାସ୍ଥ୍ୟ ଦିବସକୁ ସଫଳ ରୂପାୟନ କରିବା ପାଇଁ ଛାତ୍ର ଓ ଛାତ୍ରୀ ମାନେ ଏକ ରକ୍ତଦାନ ଶିବିର ଓ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯକ୍ରମ ର ଆୟୋଜନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ୪୬ ଜଣ ସ୍ଵେଚ୍ଛାସେବୀ ରକ୍ତଦାନ କରିଥିଲେ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ-ରକ୍ତ ଭଣ୍ଡାରର କାର୍ଯକର୍ତା ଙ୍କ ସହାୟତା ରେ ଏହି କାର୍ଯ ସମ୍ପନ ହୋଇଥିଲା।

ଅନ୍ୟ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯକ୍ରମରେ ୨୦୦ ରୁ ଅଧିକ ଛାତ୍ର ଓ ଛାତ୍ରୀଙ୍କୁ ସଂକ୍ରମଣ ଓ ଅଣସଂକ୍ରମଣ ରୋଗ, ସ୍ଵାସ୍ଥ୍ୟ ସଚେତନତା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ଉତ୍ତମ ସ୍ଵାସ୍ଥ୍ୟ ଗଠନ ର ଆବଶ୍ୟକତା ଓ ଲାଭ ଉପରେ ଅତିଥି ମାନଙ୍କ ଦ୍ବାରା ଆଲୋକପାତ କରାଯାଇଥିଲା। ଏହି ସଚେତନତା କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବେ ଡଃ. ରଶ୍ମୀରଞ୍ଜନ ପଶାୟତ (ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବଡଚଣା) ଯୋଗଦାନ କରିଥିଲେ।

କାର୍ଯକ୍ରମ ର ସନ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ପ୍ରଫେସର ବସନ୍ତ କୁମାର ମଲ୍ଲିକ (ଚେୟାରମ୍ୟାନ, ପି.ଜି.କାଉନସିଲ୍), ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ (ଓ. ଏସ. ଡି.), ଡଃ. ଅଳକାନନ୍ଦା ପରିଡା (ଡି.ଏସ. ଡବ୍ଲୁ), ଓ ଡଃ. ହିମାଂଶୁ ଶେଖର ରାଉତ (କୋର୍ସ କୋଡିନେଟର) ଓ ବାବା ଭୈରବାନନ୍ଦ ସ୍ଵୋୟଂଶାସିତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡଃ. ବିରେନ୍ଦ୍ର କୁମାର ମିଶ୍ର ଯୋଗଦାନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶ୍ଵବିଦ୍ୟାଳୟର ଉଭୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା, ଡଃ. ତନୟା ମହାନ୍ତି, ଡଃ. ପ୍ରଫୁଲ୍ଲ କୁମାର ସ୍ବାଇଁ, ଡଃ. ପ୍ରିୟଙ୍କା ଖୁରାନା ଓ ଡଃ.ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯକ୍ରମ ଆୟୋଜନର ଭାର ଅଧ୍ୟାପକ ଡଃ. ଜଗତବନ୍ଧୁ ମହାପାତ୍ର ଓ ଶ୍ରୀ ପ୍ରଦୀପ କୁମାର ସାହୁ ବହନ କରାଯାଇଥିଲା।

Leave A Reply

Your email address will not be published.