ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅପରିବର୍ତ୍ତିତ ରହିଲା ରେପୋରେଟ୍। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରୀ ପଲିସି କମିଟିରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।
ପୂର୍ବପରି ୪ ପ୍ରତିଶତ ରେପୋ ରେଟ୍ ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିଭଳି ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।
କରୋନା ଯୋଗୁ ସାରାବିଶ୍ୱର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ କରୋନା ଟିକାକରଣ ଯୋଗୁଁ ଜିଡିପି ଟ୍ରାକ୍କୁ ଫେରୁଛି ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଗତ ଫେବୃଆରୀରେ ବସିଥିବା ଦ୍ୱିମାସିକ ମନିଟାରୀ ପଲିସି କମିଟି ବୈଠକରେ ମଧ୍ୟ ରେପୋରେଟ୍ ଅପରବର୍ତ୍ତିତ ରହିଥିଲା।