Odisha Link
Bridging the Missing Links in Odisha

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ। ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରୁକୁଣା ରଥଯାତ୍ରାରେ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ।। କେବଳ ପରମ୍ପରା ରକ୍ଷା କରି ରୁକୁଣା ରଥଯାତ୍ରା ପାଳନ କରାଯିବ।

ନିଷ୍ପତ୍ତି ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତ ରଥ ଉପରେ ରହିବେ। କମରୁ କମ ସଂଖ୍ୟକ ଲୋକେ ରୁକୁଣା ରଥ ଟାଣିବେ ସେ ନେଇ ଆଲୋଚନା ହୋଇଛି। କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ। ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ। କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ନିସେଦ୍ଧ କରାଯିବ ।

ବିଏମସି କମିଶନର ପ୍ରେମଚନ୍ଦ୍ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ତେବେ ଏନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ଆଜି ବିଡିଏ କାର୍ଯ୍ୟାଳୟରେ ବସିଥିବା ବୈଠକରେ ୪ ନିଯୋଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି ବିଏମସି କମିଶନର

ଆସନ୍ତା ୨୦ରେ ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଭୋର୍‌ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯିବ ଏବଂ ୪ଟାରେ ଆରମ୍ଭ ହେବ ରଥ ଟଣା।

ସନ୍ଧ୍ୟା ସାଢେ ୭ଟାରେ ଶ୍ରୀଜୀଉ ରାମେଶ୍ୱର ମନ୍ଦିରରେ ବିଜେ କରିବା ପରେ ସେଠାରେ ଅନ୍ୟାନ୍ୟ ନୀତି କରାଯିବ। ସେହିପରି ୨୪ ତାରିଖରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରରେ ଅପରାହ୍ନ ସାଢେ ଗୋଟାଏ ମଧ୍ୟରେ ଅଧରପଣା ଭୋଗ କରାଯିବ ଏବଂ ଶ୍ରୀଜୀଉଙ୍କ ପହଣ୍ଡି ନୀତି ଅପରାହ୍ନ ୩ଟାରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.