Odisha Link
Bridging the Missing Links in Odisha

କରୋନା ସ୍ଥିତି ଆଗକୁ କ’ଣ ହେବ କିଛି କହି ହେବନି: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ। ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ଆଗକୁ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ।

ଶ୍ରୀ ପରିଡ଼ା କହିଛନ୍ତି ଯେ, ଭାଇରସର ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପକ୍ଷୋ ଅଧିକ କ୍ଷତିକାରକ। ଦ୍ୱିତୀୟ ଷ୍ଟେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି। ସଂଖ୍ୟା ବଢିବା ଚିନ୍ତାଜନକ। ଆଗକୁ କ’ଣ ହେବ କିଛି କହି ହେବନି। କେବେ କମିବ ଅନୁମାନ କରି ହେଉନି। ଆମେ ଭାଇରସର ନୂଆ ଷ୍ଟ୍ରେନକୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛୁ।

ଲୋକେ ସଚେତନ ହେବା ଦରକାର। ନଚେତ ପରିସ୍ଥିତି ବହୁତ ଭୟଙ୍କର ହେବ। ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ। ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ବାହାରୁ ବହୁତ ଲୋକ ଆସୁଥିବାରୁ ଭୁବଶ୍ୱେରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି।

Leave A Reply

Your email address will not be published.