Odisha Link
Bridging the Missing Links in Odisha

ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ କରିବାକୁ ଅନୁମତି ଦେଲେ ହାଇକୋର୍ଟ

କଟକ: ଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ନାବାଳିକାକୁ ଗର୍ଭନଷ୍ଟ କରିବା ପାଇଁ ଅନୁମତି ଦେଲେ ହାଇକୋର୍ଟ। ପୁରୀ ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ହାଇକୋର୍ଟ ଆବେଦନର ଶୁଣାଣି କରି ଗର୍ଭପାତ କରିବା ପାଇଁ ଅନୁମତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧରନ ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଖଣ୍ଡପୀଠ ରାୟରେ କହିଛନ୍ତି, ମାନସିକ ଓ ଶାରିରୀକ ଭାବେ ନାବାଳିକା ସନ୍ତାନ ଧାରଣ କରିବାକୁ ଚାହୁଁନଥିବାରୁ ଗର୍ଭ ନଷ୍ଟ କରିପାରିବେ। ନାବାଳିକା ଜଣକ ୨୧ ସପ୍ତାହର ଗର୍ଭବତୀ ହୋଇଥିବା ବେଳେ ଗର୍ଭନଷ୍ଟ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏସସିବିକୁ ଯାଇଥିଲେ।

ହେଲେ ଆଇନର ଦ୍ୱାହି ଦେଇ ନାବାଳିକାର ଗର୍ଭନଷ୍ଟ ପାଇଁ ରାଜି ହୋଇନଥିଲେ ଡାକ୍ତର। ଫଳରେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଗର୍ଭପାତ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନାବାଳିକାର ବାପା ମାଆ। କୋର୍ଟ ଆବେଦନକୁ ଗ୍ରହଣ କରି ନାବାଳିକା ଉଭୟ ମାନସିକ ଓ ଶାରିରୀକ ଭାବେ ଛୁଆ ଜନ୍ମ ଦେବା ଓ ଯତ୍ନ ନେବାରେ ଅକ୍ଷମ ବୋଲି ହୃଦୟଙ୍ଗମ କରି ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.