ଆଜିଠୁ ଟ୍ରେନ୍ ଯାତ୍ରୀଙ୍କ ଉପରେ କଟକଣା ଲାଗୁ

ଭୁବନେଶ୍ୱର: ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା। ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବିଭାଗ ତତ୍ପର ହୋଇ ଉଠିଛି। ଆଜିଠାରୁ ଟ୍ରେନ୍ ଯାତ୍ରୀଙ୍କ ଉପରେ କଟକଣା ଲାଗୁ କରାଯାଇଛି। ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।
ଯାତ୍ରୀମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବେ, ନଚେତ୍ ଗୋଟିଏ ସପ୍ତାହ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଏଥିସହ ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ହେବା ଆବଶ୍ୟକ, ନଚେତ୍ ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଥିବାର ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି।
ଅନ୍ୟପଟେ ଛତିଶଗଡ଼ ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍। ମାର୍ଚ୍ଚ ୨୩ ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ରେଳ ସେବା ଚାଲୁ ରହିବ। ରେଳ ଷ୍ଟେସନ୍ରେ ଚେକିଂ ଓ ଟେଷ୍ଟିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି।
ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ବର୍ଡର ଚେକ୍ପୋଷ୍ଟ କଡ଼ା କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ଚେକ୍ପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରଖିବାକୁ କୁହାଯାଇଛି।