Odisha Link
Bridging the Missing Links in Odisha

ମୋହନ ଭାଗବତଙ୍କୁ କରୋନା

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ କରୋନା ପଜିଟିଭ୍। ଆରଏସଏସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଗତକାଲି ସେ କରୋନାରେ ସଂକ୍ରମିତ ହେବା ପରେ ନାଗପୁରର କିଙ୍ଗଜଓ୍ୱେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ପଜିଟିଭ ହେବା ପୂର୍ବରୁ ତାଙ୍କ ପାଖରେ ଲକ୍ଷଣ ଦେଖିବାକୁ ମିଳିଥିଲା।

ହସ୍ପିଟାଲର କୋଭିଡ ଓ୍ୱାର୍ଡରେ ମୋହନ ଭାଗବତ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏକ ଡାକ୍ତରୀ ଟିମ୍ ଭାଗବତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ଆରଏସଏସର ନାଗପୁର ଶାଖାର ଜଣେ ସଂଘ ସଦସ୍ୟ ଏହି ସୂଚନା ଦେଇଛନ୍ତି। ତେବେ ମାର୍ଚ୍ଚ ୬ରେ ମୋହନ ଭାଗବତ କରୋନାର ପ୍ରଥମ ଟିକା ନେଇଥିଲେ।

Leave A Reply

Your email address will not be published.