Odisha Link
Bridging the Missing Links in Odisha

୩ଦିନ ଯାଏଁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଆଜି ରାଜ୍ୟର ୧୨ ଜିଲ୍ଲାକୁ କାଳବୈଶାଖୀ ନେଇ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଜୋର୍‌ରେ ପବନ ବହିବା ସହ ବିଜୁଳି, ଘଟଘଡ଼ି ଓ ଝଡ଼ବର୍ଷା ହେବ।

ସେହିପରି ୧୧ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଏବଂ ୧୨ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ।

ଫଳରେ ରାଜ୍ୟର ତାପମାତ୍ରା ଆସନ୍ତା ୨୪ଘଣ୍ଟା ମଧ୍ୟରେ ୨ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସୂଚନା ମୁତାବକ, ଗତକାଲି ରାଜ୍ୟର ୯ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଆଜି ସୁନ୍ଦରଗଡ଼ ଛଡ଼ା ସମସ୍ତ ଜିଲ୍ଲା‌ରେ ପାରଦ ୪୦ ଡିଗ୍ରି ତଳକୁ ଖସି ଆସିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ଆଜି ସୁନ୍ଦରଗଡ଼ଠାରେ ୪୦ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ସହ ସାମୁଦ୍ରିକ ପବନ ପ୍ରବାହିତ ହେବ।

Leave A Reply

Your email address will not be published.