Odisha Link
Bridging the Missing Links in Odisha

କରୋନା: ଆଜି ଭୁବନେଶ୍ୱରରୁ ୧୭୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଛି କରୋନା ମହାମାରୀ। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୬ ଜଣ ଲୋକାଲ୍‌ କେସ୍‌ ରହିଛି।

ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି ଚିହ୍ନଟ ହୋଇଥିବା ୧୭୧ କରୋନା ଆକ୍ରାନ୍ତଙ୍କ ଭିତରୁ ଆଗରେ ରହିଛି ଖଣ୍ଡଗିରି। ଏଠାରୁ ୧୬ କରୋନା ଆକ୍ରାନ୍ତ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛି।

ସେହିପରି ଆଚାର୍ଯ୍ୟ ବିହାର, ବାଲିପାଟଣା, ଝାରପଡ଼ା, ବାପୁଜୀ ନଗର, ଡମଣା, ଡୁମ୍‌ଡୁମା, ହଂସପାଳ, ଗାଡ଼କଣ, କୋଳଥିଆ, ଖଣ୍ଡଗିରି, ପାଇକ ନଗର, କଳିଙ୍ଗ ବିହାର, ମଧୁସୂଦନ ନଗର, ମଞ୍ଚେଶ୍ୱର, ମାଷ୍ଟର କ୍ୟାଣ୍ଟିନ, ନନ୍ଦନ ବିହାର, ପଳାଶପଲୀ, ଝାରପଡ଼ା, ଜୟଦେବ ବିହାର, ଶାନ୍ତି ନଗର, ପୋଖରୀପୁଟ ଓ ସାମନ୍ତରାପୁରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.